ପୂଜା

ପୂଜା
        -ଶ୍ରୀନିବାସ ନାୟକ

ଏଇ ମନ ମନ୍ଦିରରେ,
କେତେ ଫୁଲ ଭାବନାର
ଦେଇଛି ମୁଁ ବୁଣି;
କେତେ ବାସି କେତେ ସଜ
ନାହିଁ ତା ଠିକଣା,
ବାସି ଫୁଲ ସ୍ମୃତି ହୋଈ
ଯାଇଛି ଝାଉଁଳି,
ସଜଫୁଲ ବାସନାରେ
ଭରିଛି ଏ ମନ |

ଦିଅଁ କେହି ନାହିଁ ଏଠି
ଦୀପ ମୋ ପରାଣ,
ପୁଣ୍ୟକର୍ମ ଚନ୍ଦନ ମୋ
ଧୂପ ମୋ ଜଣାଣ,
କଳସୀଜଳ ଅମୃତ
ହୃଦୟ ନୈବେଦ୍ୟ,
ଚିନ୍ତନ ମୋ ସ୍ତବ ଏଠି
କରମ ଆରତି,
ସମର୍ପି ଜୀବନ ପଥ,
ତଥାପି ବି,
ପୂଜା ମୋ ଅପୂର୍ଣ୍ଣ |
--------

No comments: